ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ ମଧୁପୁର ଗାଁରେ ଆଜି ଭୋରରୁ ଏକ ମଇଁଷି ଗୋଠ ଉପରେ ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ଜୀବନ ଯାଇଥିବା ବେଳେ ୪ଟି ମଇଁଷି ଗୁରୁତର ହୋଇଛନ୍ତି
ସୂଚନା ମୁତାବକ, ମଧୁପୁର ଗାଁ ମୁଣ୍ଡରେ ଥିବା ବଉଳିପୁର କୁଲବସା ନିକଟରେ ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠ ରହିଛି। ଆଜି ଭୋର ସାଢ଼େ ୩ଟାରେ ନିକଟ ଜଙ୍ଗଲରୁ ହାତୀ ଆସି ମଇଁଷି ଗୋଠ ଭିତରେ ପଶିବା ସହ ମଇଁଷିଙ୍କୁ ଆକ୍ରମଣ କରିଥିଲା। ଏଥିରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ମଇଁଷି ଗୁରୁତର ହୋଇଛନ୍ତି। ଏନେଇ ବନ ବିଭାଗ ପାଖେ ଅଭିଯୋଗ ହୋଇଛି କି ନାହିଁ ଜଣାପଡ଼ିନାହିଁ।


