ଆଖୁ ଲୋଭରେ ଆସି କରେଣ୍ଟ ଲାଗି ଦନ୍ତା ହାତୀ ମୃତ

You are currently viewing ଆଖୁ ଲୋଭରେ ଆସି କରେଣ୍ଟ ଲାଗି ଦନ୍ତା ହାତୀ ମୃତ

ଅନୁଗୁଳ : ଆଖୁ ଖାଇବାକୁ ଆସି ବିଦ୍ୟୁତ ତାରରେ ଲାଗି ଅନୁଗୁଳରେ ପୁଣି ଏକ ଦନ୍ତା ହାତୀର ଜୀବନ ଯାଇଛି। ସ୍ଥାନୀୟ ବନ୍ତଳା ବନାଞ୍ଚଳ ବନ୍ଦାଣପଶି ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଗାଁରେ ଥିବା ଆଖୁ କିଆରୀକୁ ଆଖୁ ଖାଇବା ପାଇଁ ଗୋଟିଏ ଦନ୍ତା ହାତୀ ଆସିଥିଲା। କିନ୍ତୁ ଆଖୁ ବିଲରେ ମାଲିକ ବିଦ୍ୟୁତ ସଂଯୋଗ କରିଥିଲେ। ଫଳରେ କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Share

Leave a Reply