ଅଙ୍ଗାରବନ୍ଧରେ ହାତୀ ଉପଦ୍ରବ, କ୍ଷତିପୂରଣ ପାଇଁ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଚାଷୀ

You are currently viewing ଅଙ୍ଗାରବନ୍ଧରେ ହାତୀ ଉପଦ୍ରବ, କ୍ଷତିପୂରଣ ପାଇଁ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀ ଉପଦ୍ରବ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏଣୁ କ୍ଷତିପୂରଣ ପାଇଁ ଆଜି ସେମାନେ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଚାଷୀଙ୍କ ସୂଚନା ଅନୁଯାୟୀ, ମାସେ ହେଲାଣି ୨୫ ରୁ ୩୦ ଟି ହାତୀ ଆସି ପଞ୍ଚାୟତରେ ଉତ୍ପାତ ହେଉଛନ୍ତି। ଧାନ, ପନିପରିବା, ହରଡ଼ ଚାଷ କରିବା ପାଇଁ ଚାଷୀମାନେ ବ୍ୟାଙ୍କରୁ ଋଣ ଆଣି ଫସଲ କରିଥିଲେ। କିନ୍ତୁ ହାତୀ ପଲ ଆସି ଫସଲକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛନ୍ତି। ହାତୀ ପଲ ଚିତ୍ତରଞ୍ଜନ ସାହୁ, ବିଦ୍ୟାଧର ବେହେରା, ଅକ୍ଷୟ ବେହେରା, ଧନେଶ୍ୱର ବେହେରା, ଗଙ୍ଗାଧର ବେହେରା, ସନ୍ତୋଷ ଦାସ, ସତ୍ୟାନନ୍ଦ ସାହୁ, ଶ୍ରୀକାନ୍ତ ସାହୁ, ଉତ୍ତମ ପ୍ରଧାନ ଏବଂ ଏକାଦସିଆ ସାହୁଙ୍କର ପ୍ରାୟ ୭ ରୁ ୮ ଏକର ଧାନ ଫସଲ ଓ ଚାରି ରୁ ପାଞ୍ଚ ଏକର ପରିବାଙ୍କୁ ନଷ୍ଟ କରିଦେଇଛନ୍ତି। ଏଣୁ କ୍ଷତିପୂରଣ ପାଇଁ ଆଜି ଚାଷୀମାନେ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

Share

Leave a Reply