ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସିଏଚସି,ପିଏଚସି,ସବ ଡିଭିଜନାଲ ହସ୍ପିଟାଲରେ ବେଆଇନ ନିଯୁକ୍ତି ପାଇଥିବା ୧୧ ଜଣ ପାର।ମେଡିକାଲ କର୍ମଚ।ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହିଷ୍କାର କରିଛି। କ୍ୟାଡର ରୂଲ ଉଲ୍ଲଂଘନ ଅଭିଯୋଗରେ ଚିଠି ସଂଖ୍ୟା ୨୪୧୭ ତା ୧୨.୧୧.୨୧ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନା ଯେ, ସରକ।ରଙ୍କ କ୍ୟାଡର ରୂଲ ଉଲ୍ଲଂଘନ କରି ଏହି ବେଆଇନ ନିଯୁକ୍ତି ଦିଆ ଯାଇଥିବା ଅଭିଯୋଗ ହେବାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଭଳି କାର୍ଯ୍ୟ।ନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା। ବହିସ୍କୃତ ଏଗାର ଜଣ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଲାବୋରିଟରି ଟେକନିସିଅନ, ୫ ଜଣ ଫାର୍ମାସିଷ୍ଟ ଏବଂ ୩ ଜଣ ରେଡ଼ିଓଗ୍ରାଫର ଅଛନ୍ତି। ତେବେ ଏମାନଙ୍କୁ ବେଆଇନ ନିଯୁକ୍ତି ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେବେ ସେ ନେଇ ସାଧାରଣରେ ଆଲୋଚନା ହେଉଛି।
ବେଆଇନ ନିଯୁକ୍ତ ପାଇଥିବା ୧୧ ପରାମେଡିକାଲ କର୍ମଚାରୀ ବହିସ୍କୃତ
- Post published:November 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
