ଖୋଲିଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ସଂଗୃହୀତ ହେଲା ୧୧ ଲକ୍ଷ ୯ ହଜାର ଟଙ୍କାର ଦାନ

You are currently viewing ଖୋଲିଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ସଂଗୃହୀତ ହେଲା ୧୧ ଲକ୍ଷ ୯ ହଜାର ଟଙ୍କାର ଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ବୁଧବାର ହୁଣ୍ଡି ସଂଗୃହୀତ ଅର୍ଥର ଗଣତି ସମ୍ପନ୍ନ ହୋଇଛି। ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡିକୁ ପ୍ରାଶାସନିକ ଅଧିକାରୀ ଓ ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଏହି ସଂଗୃହୀତ ଅର୍ଥରୁ ମୋଟ ୧୧ ଲକ୍ଷ ୯ ହଜାର ୬ ଶହ ୯୯ ଟଙ୍କା ମିଳିଥିବା ଜଣାପଡ଼ିଛି।

ଏହି ସ୍ୱତନ୍ତ୍ର ଗଣତି ପ୍ରକ୍ରିୟା ସମୟରେ ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର ଶତପଥୀଙ୍କ ସମେତ ପୂର୍ବତନ ଟ୍ରଷ୍ଟ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ମୁରଲୀଧର ସାହୁ, ଗଗନ ବିହାରୀ ସାହୁ, ସନ୍ତୋଷ କୁମାର ପ୍ରଧାନ ଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଇଥିଲା।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗୋପାଳପ୍ରସାଦ ଥାନାର ପୋଲିସ କର୍ମଚାରୀମାନେ ମଧ୍ୟ ମୁତୟନ ଥିଲେ। ହାବିଲଦାର ବୁଦ୍ଧଦେବ ପ୍ରଧାନ, କନେଷ୍ଟବଳ ବିଷ୍ଣୁସେନ ବେହେରାଙ୍କ ସମେତ ବିଭୂତି ଭୂଷଣ ସାମଲ, ବିକାଶ ପ୍ରଧାନ ଓ ଅନ୍ୟମାନେ ଏହି ପ୍ରକ୍ରିୟାରେ ସହଯୋଗ କରିଥିଲେ। ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ଏହି ଅର୍ଥକୁ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସୂଚନା ମିଳିଛି।

Share

Leave a Reply