ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି କରୋନା ସଂକ୍ରମଣ | ଦୃତ ସଂକ୍ରମଣ ସହ କରୋନା ରୋଗୀକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ଜିଲ୍ଲାରେ ଖୁବଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା ପ୍ରତିଷ୍ଠ ହେବ ଏହି ବ୍ୟବସ୍ଥା କର୍ଯ୍ୟକାରୀ ହେଲେ ଗୁରୁତର କରୋନା ରୋଗୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ପାରିବ । ପଞ୍ଚାୟତରେ ଆମ୍ବୁଲାନ୍ସ ପ୍ରତିଷ୍ଠା ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରପଞ୍ଚ ଓ ପିଇଓ ମାନେ ଯୋଗ ଦେଇଥିଲେ।
ଖୁବ୍ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା
- Post published:May 17, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
