ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କ ପରଲୋକ, ଦୀର୍ଘ ଦିନ ହେଲା ଥିଲେ ଶଯ୍ୟାଶାୟୀ

You are currently viewing ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କ ପରଲୋକ, ଦୀର୍ଘ ଦିନ ହେଲା ଥିଲେ ଶଯ୍ୟାଶାୟୀ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

ସ୍ବର୍ଗତ ବାଲକୃଷ୍ଣ ପ୍ରଧାନ ୧୯୩୦ ମସିହାରେ ଛେଣ୍ଡିପଦା ବ୍ଳକ ନୂଆଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ପ୍ରଧାନଶିକ୍ଷକ, ରାଜ୍ୟସ୍ତରୀୟ ଆଦର୍ଶ ଶିକ୍ଷକ, ସମାଜସେବୀ, ଆଧ୍ୟାତ୍ମବାଦୀ, ମିଷ୍ଟଭାଷୀ ଓ ମେଳାପୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ବାଗଡିଆ ଛକ ସ୍ଥିତ ବାସଭବନରେ ଚିକିତ୍ସିତ ହେଉଥିଲେ।

ତାଙ୍କ ବିୟୋଗରେ ବାଗଡ଼ିଆ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଶିକ୍ଷାବିତଙ୍କ ପରଲୋକରେ ଛେଣ୍ଡିପଦା ବିଧାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Share

Leave a Reply