ଏସ୍ପାୟାର – ୨୦୨୫ ଉଦଘାଟିତ: ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍ ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବରେ ଝୁମାଇଲେ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ

You are currently viewing ଏସ୍ପାୟାର – ୨୦୨୫ ଉଦଘାଟିତ: ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍ ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବରେ ଝୁମାଇଲେ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ବଡ଼ସିଂହଡ଼ା ଗ୍ରାମରେ “ଏଲିଟ୍ ଏଡୁକେସନାଲ୍ ଗ୍ରୁପ୍”ର ଅନୁବନ୍ଧିତ ଶିକ୍ଷାନୁଷ୍ଠାନ “ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍” ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବ “ଏସ୍ପାୟାର – ୨୦୨୫” ଆୟୋଜିତ ହୋଇଛି।

“ଏଲିଟ୍ ଏଡୁକେସନାଲ୍ ଗ୍ରୁପ” ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସୁଶୀଲ୍ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି, ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ଡଃ ଧରଣୀଧର ନାଥ ମୁଖ୍ୟବକ୍ତା , ପୂର୍ବତନ ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ଶାନ୍ତନୁ କୁମାର ସର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟର କୌଣସି ବିକଳ୍ପ ନାହିଁ ବୋଲି ଅତିଥିମାନେ କହିଥିଲେ।

ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ “ଏଲିଟ୍ ଛାତ୍ରବୃତ୍ତି ଯୋଜନା”ର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ପ୍ରତିବର୍ଷ ଦଶ ଜଣ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାନୁଷ୍ଠାନରେ ସଂପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯିବ।

ଏହି ସନ୍ଧ୍ୟାର ବିଶେଷ ଆକର୍ଷଣ ଭାବରେ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ଯୋଗ ଦେଇ ସୁପରହିଟ୍ ସଙ୍ଗୀତ ହେ ଜାଗା, ମୋ ଜାଗା କାଳିଆର, ତୁ ଜମିଦାର ଆଦି ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ। ଟିମ୍ ବଲିବଏଜ୍ ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରିଥିଲେ। ଏହା ପରେ ଅତିଥିମାନେ କୃତି ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। କୀର୍ତ୍ତିକ୍ରୀଷ୍ଣା ପ୍ରଧାନ, ସନ୍ଦୀପ କୁମାର ସାହୁ ଓ ଶ୍ରିଶେସ ପ୍ରତାପ ପତି ସମ୍ମାନଜନକ ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍ ପୁରସ୍କାର ପ୍ରାପ୍ତ କରିଥିଲେ।
ବାର୍ଷିକ ଉତ୍ସବ ଅବସରରେ ସକାଳେ ଅନୁଷ୍ଠାନ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯାହାକୁ ଏମ.ସି.ଏଲ୍. ଭରତପୁର ଖଣିର ପ୍ରକଳ୍ପ ଅଧିକାରୀ ସୁନିଲ୍ ଶର୍ମା, ପ୍ରେରଣ ଅଧିକାରୀ ସୁରେଶ ସାହୁ ଓ ବଡ଼ସିଂହଡ଼ା ଗ୍ରାମର ଟିକନ ପ୍ରଧାନ ଉଦଘାଟନ କରିଥିଲେ। ନିର୍ଦ୍ଦେଶକ କିଶୋର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Share

Leave a Reply