ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

You are currently viewing ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳଠାରେ ଚାଲିଥିବା ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂହ ଆର୍ଯ୍ୟ କହିଥିଲେ ଯେ, ମୋଦିଜୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଛି। ଅନୁସୂଚିତ ବର୍ଗଙ୍କ ବିକାଶକୁ ଗୁରୁତ୍ବ ଓ ସେଥି ପାଇଁ ଦୃଢ ପ୍ରତିବଦ୍ଧତା ଓ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ମୋଦି ସରକାର। ୨୦୨୪ରେ ଓଡିଶାରେ ବିଜେପି ସରକାର ହେବ। ସେଥିରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଅବଦାନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଶ୍ରୀ ଆର୍ଯ୍ୟ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ସାନକେରାଜାଙ୍ଗ ଗାଁକୁ ଯାଇ ଗୋଚ୍ଛାୟତ ସମାଜ ସହ ସାକ୍ଷାତ ଆଲୋଚନା କରି ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବିରୋଧୀ ଦଳ ଉପନେତା ସ୍ଵର୍ଗତଃ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ମୋର୍ଚ୍ଚା ତରଫରୁ ନୀରବ ପ୍ରାର୍ଥନା କରାଯାଇ ଶୋକ ବ୍ୟକ୍ତ କରାଯାଇଥିଲା।

ଏହି ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବାଇଧର ମଲ୍ଲିକ, ମନୋଜ ବେହେରା ପ୍ରମୁଖଙ୍କ ସମେତ ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇଥିଲେ।

Share

Leave a Reply