ବିଭିନ୍ନ ଦାବି ନେଇ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ

You are currently viewing ବିଭିନ୍ନ ଦାବି ନେଇ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଞ୍ଜିନିୟର ଏକତା ମଞ୍ଚର ବିକ୍ଷୋଭ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ା ସ୍ଥିତ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କର୍ମଚାରୀ ମାନଙ୍କର ଏନ୍ ପି ଏସ ଲାଗୁ କରିବା, ଇନସ୍ୟୁରାନ୍ସରେ ଥିବା ତାରତମ୍ୟ ଦୂର କରିବା, ସମାନ କାମକୁ ସମାନ ଦରମା, ୩୯ ଇଞ୍ଜିନିୟର, ୧୨୧ ଏବଂ ୧୫ କିରାଣୀଙ୍କୁ ତୁରନ୍ତ ଟିପିସିଓଡିଏଲ କ୍ୟାଡ଼ରରେ ସ୍ଥାୟୀ ନିଯୁକ୍ତି ଦେବା, ୧୩ ମାସର ଇନକମ୍ ଟ୍ୟାକ୍ସ କଲ୍କୁଲେଶନ କରିବା ଆଦି ନେଇ ମଞ୍ଚ ପକ୍ଷରୁ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ବିକ୍ଷୋଭରେ ଅନୁଗୁଳ ଡିଭିଜନ ତରଫରୁ ବିଚିତ୍ରାନନ୍ଦ ସାମନ୍ତ, ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Share

Leave a Reply