‘ସେ ବ୍ରାହ୍ମଣ ଆଉ ମୁଁ ଗୁଡ଼ିଆ, ଏଇଟା ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ… ‘; ରଚନାରେ ପ୍ରେମିକା କଥା ଲେଖି ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷାର୍ଥୀ

You are currently viewing ‘ସେ ବ୍ରାହ୍ମଣ ଆଉ ମୁଁ ଗୁଡ଼ିଆ, ଏଇଟା ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ… ‘; ରଚନାରେ ପ୍ରେମିକା କଥା ଲେଖି ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷାର୍ଥୀ

ଅନୁଗୁଳ: ରଚନା ଲେଖି ଚର୍ଚ୍ଚାରେ ଛାତ୍ର। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଇଂରାଜୀରେ ଏମିତି ରଚନା ଲେଖିଲେ ଯେ ରାତାରାତି ହୋଇଗଲେ ଭାଇରାଲ। ଆଉ ତାଙ୍କ ଲେଖାର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି।

ସୂଚନା ମୁତାବକ, ମାଟ୍ରିକ ପରୀକ୍ଷାରେ ଇଂରାଜୀରେ ରଚନା ପଡ଼ିଥିଲା ‘ୟୋର ବେଷ୍ଟ ଫ୍ରେଣ୍ଡ’। ଏହି ବେଷ୍ଟ ଫ୍ରେଣ୍ଡ ଉପରେ ରଚନା ଲେଖିବାକୁ ଯାଇ ଛାତ୍ର ଜଣକ ନିଜ ମନ କଥା ବା ପ୍ରେମିକା କଥା ଲେଖିଦେଇଥିଲେ। ସେ ଇଂରାଜୀରେ ଲେଖିଥିଲେ- (ଝିଅର ନାଁ) ମୋର ବେଷ୍ଟ ଫ୍ରେଣ୍ଡ। ତା ବାପାଙ୍କ ନାଁ ଏୟା, ମା’ ଏଇୟା। ମୋ ଝିଅ ସାଙ୍ଗ ଦେଖିବାକୁ ଖୁବ ସୁନ୍ଦର ଓ ଡଉଲଡାଉଲ। ତା କଥା ଏମିତି ସତେ ଯେମିତି ମହୁ ଝରୁଛି। ମୋ ସାଙ୍ଗ ଭଲ ପଢ଼େ। ପ୍ରଥମ ଦେଖାରେ ମୁଁ ତାକୁ ମୋର ମନ ଦେଇ ଦେଇଛି। ଖାଇବା ଠୁ ଶୋଇବା ଯାଏ ସବୁବେଳେ ଖାଲି ତା କଥା ମନେ ପଡୁଛି। ମୁଁ ତା ଘରକୁ ଗଲେ ତା ବାପା ମା ଖାଲି ରାଗନ୍ତି। ପଥର ହୃଦୟ ତାଙ୍କର। ମୁଁ ଭାବୁଛି ସେମାନେ ବ୍ରାହ୍ମଣ ଆଉ ମୋ ଜାତି ଗୁଡ଼ିଆ, ଏଇଟା ଜାତି ଭେଦ ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ।

ଛାତ୍ର ଜଣକର ଏହି ରଚନା ଶିକ୍ଷକ ଅନ୍ୟ ପରୀକ୍ଷକଙ୍କୁ  ଦେଖେଇଥିଲେ। ତା ପରଠାରୁ ଏହି ରଚନା ବେଶ୍ ଚର୍ଚ୍ଚାରେ ରହିଛି।

Share

Leave a Reply