ଅନୁଗୁଳ: ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ସମବାୟର ତିନୋଟି ପଞ୍ଚାୟତର ଚାଷୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ପୋକତୁଙ୍ଗା, ଧୋକୁଟା, ନନ୍ଦପୁର ଗ୍ରାମର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରି ନଥିଲେ। ଏଣୁ ଆଜି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି। ତିନୋଟି ପଞ୍ଚାୟତର ୧୩୫ ଚାଷୀଙ୍କ ଧାନ ବିକ୍ରି ନ ହେବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି l ବିକ୍ରି ହୋଇ ନ ପାରି ଯଦି ଧାନ ନଷ୍ଟ ହୁଏ ତେବେ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଟୋକନ ପାଇଥିଲେ ମଧ୍ୟ ଧାନ ବିକି ପାରୁନାହାନ୍ତି, ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଚାଷୀ
- Post published:February 20, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul