ସଞ୍ଜ ନଇଁଲେ ଖୋଲା ପଡିଆ ଅସାମାଜିକଙ୍କ ଆଡ୍ଡା

You are currently viewing ସଞ୍ଜ ନଇଁଲେ ଖୋଲା ପଡିଆ ଅସାମାଜିକଙ୍କ ଆଡ୍ଡା
Addictive substances, including alcohol, cigarettes and drugs.

ଅନୁଗୁଳ: ଅନୁଗୁଳରେ ଏବେ ନିଶା କବଳରେ ଯୁବଗୋଷ୍ଠୀ। ସହର ଭିତରେ ଯେତେ ଖୋଲା ପଡିଆ ଅଛି ସେଠି ସଞ୍ଜ ଗଡିଆଗଲେ ନିଶାଡିଙ୍କ ଆସର ଦେଖିବାକୁ ମିଳୁଛି। ବୟସ ଏବଂ ଦୋସ୍ତି ଅନୁସାରେ ଗୋଷ୍ଠୀ ରହିଛି।ବିଶେଷ କରି ଅନ୍ଧାରୁଆ ସ୍ଥାନ ଏବଂ ନିଛାଟିଆ ପାର୍କକୁ ସେମାନେ ଟାର୍ଗେଟ କରୁଛନ୍ତି। ମଦ,ଗଞ୍ଜେଇ,ନିଶିଦ୍ଧ ଡ୍ରଗସ୍ ଏବଂ କଫ ଶିରପ ସବୁ ପ୍ରକାର ନିଶା କାରବାର ଚାଲୁଛି।

ସକାଳୁ ଯଦି ଜଣେ ସହରରେ ଥିବା ଖେଳ ପଡିଆ କିମ୍ବା ଡ୍ରେନ ଆଡେ ନଜର ପକାଇବ ତେବେ କଫ ସିରପ ବୋତଲ, ମଦ ବୋତଲ,ପ୍ଲାଷ୍ଟିକ ଗ୍ଲାସ୍, ଡ୍ରଗସ୍ ଟାଣିବା ପାଇଁ ପେପର ରୋଲ କିଭଳି ବିଛାଡ଼ି ହୋଇ ପଡ଼ୁଚି ତାହା ଜାଣି ପାରିବ। ଏହି ନିଶା କାରବାର ଯୋଗୁଁ ସହରରେ ଏବେ କ୍ରାଇମ୍ ବଢ଼ିବାରେ ଲାଗିଛି। ନିଶା ଖାଇବା ପାଇଁ ଛିନ୍‌ତାଇ,ଚୋରି ଲୁଟ ଆଦି ବଢ଼ିବାରେ ଲାଗିଚି। ପୋଲିସ ପାଟ୍ରୋଲିଂ ରାସ୍ତେ ରାସ୍ତେ ଗଲାବେଳେ ନିଶାଡୀ ମାନେ ଅନ୍ଧାରୁଆ ଖେଳ ପଡିଆକୁ ହିଁ ନିଜ ପସନ୍ଦ ର ଯାଗା ଭାବେ ଗ୍ରହଣ କରୁଛନ୍ତି।ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Share

Leave a Reply