ଅନୁଗୁଳ: ଅନୁଗୁଳ ରାଜା ଛକ ଠାରୁ ଜେଲ ପର୍ଯ୍ୟନ୍ତ ରାସ୍ତାରୁ ଗୁରୁବାର ସକାଳେ ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଦେଖିବାକୁ ମିଳିଥିଲା ।ସେଠାରେ ଥିବା ଅସ୍ଥାୟୀ ସେଡ ଏବଂ ଠେଲା ଗୁଡ଼ିକୁ ଜେଶିବି ଲଗାଇ ହଟାଯାଇଥିଲା।ସୋନ୍ଦର୍ଯ୍ୟକରଣ ପାଇଁ ଏଭଳି ଉଚ୍ଛେଦ କରା ଯାଉଚି ବୋଲି କୁହାଯାଉଛି। କିନ୍ତୁ ଅତୀତରେ ଯେତେ ଏହି ଅଞ୍ଚଳରେ ଉଚ୍ଛେଦ ହୋଇଚି ତାର କିଛିଦିନ ପରେ ପୁଣି ଜବରଦଖଲ ଆରମ୍ଭ ହୋଇଥାଏ। କିଛି ମାଫିଆ ଏହି ଅଞ୍ଚଳରେ ରାସ୍ତା କୁ ଭଡ଼ାରେ ଅଣଓଡ଼ିଆ ବ୍ୟବସାୟୀ ଙ୍କୁ ଦେଉଥିବା ସାଧାରଣରେ ଅଭିଯୋଗ ହୁଏ। ଏଣୁ ପୌରପାଳିକା କାର୍ଯ୍ୟାଳୟ ନିକଟରେ ଜବରଦଖଲ ଉଚ୍ଛେଦ କୁ ସମସ୍ତେ ସ୍ବାଗତ କରୁଥିବାବେଳେ ଆଗକୁ କଣ ଘଟିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି ।
ଜବରଦଖଲ ଉଚ୍ଛେଦ ଲୋକ ଦେଖାଣିଆ
- Post published:January 27, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul