ଅନୁଗୁଳ: ତାଳଚେର ପୌରାଞ୍ଚଳରେ କଲୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ତାଳଚେର ପୌରପାଳିକା ପକ୍ଷରୁ ଚଢ଼ାଉକୁ ଜୋରଦାର କରିଛି । ବୁଧବାର ମାରାଥନ୍ ଚଢ଼ାଉ କରାଯାଇ ୫ଟି ଦୋକାନ ସିଲ୍ କରାଯାଇଛି। ଏଥିସହ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ପୌରପାଳିକା। ଦିନକୁ ଦିନ ତାଳଚେର ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା ବେଳେ ସରକାରଙ୍କ ଲକ୍ ଡାଉନ୍ ଘୋଷଣାକୁ କିଛି ଅମାନିଆ ଦୋକାନୀ ମାନୁନଥିବାର ଅଭିଯୋଗ ପାଇ ଆଜି ମ୍ୟୁନିସିପାଲିଟି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଶର୍ମାଛକ, ଆଇଟିଆଇ ଛକ ଓ ହାଣ୍ଡିଧୁଆ ଅଞ୍ଚଳର ଏକାଧିକ ଦୋକାନରେ ପୌର କର୍ମଚାରୀମାନେ ବଢ଼ାଉ କରି ଏହାକୁ ସିଲ୍ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସରକାରଙ୍କ କଟକଣାକୁ ଫୁ କରି ଦୋକାନ ଖୋଲି ଗ୍ରାହକମାନଙ୍କୁ ଜିନିଷ ବିକ୍ରି କରୁଥିବାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଦୋକାନ ସିଲ୍ କରାଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି ।
ପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା
- Post published:May 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
