ପୂର୍ବତନ କାଉନସିଲରଙ୍କ ପରଲୋକ

You are currently viewing ପୂର୍ବତନ କାଉନସିଲରଙ୍କ ପରଲୋକ

ଅନୁଗୁଳ: ଅମଲା ପଡ଼ା ନିବାସୀ ଅନୁଗୁଳ ଏନ୍ଏସିର ପୂର୍ବତନ କାଉନସିଲର,ବର୍ଷୀୟାନ ସମାଜସେବୀ ସାହି ପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ଷ୍ଟାମ୍ପ ଭେଣ୍ଡର ବିଶ୍ଵନାଥ ଦାସଙ୍କ ଆଜି ସକାଳେ ନିଜ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।ସେ ବର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ସ୍ବର୍ଗତ ଦାସ ଜଣେ ସରଳ ଓ ଅମୟିକ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ,ରାଜକିଶୋର ମହାରଣାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସାହି ବାସିନ୍ଦା ଉପସ୍ଥିତ ଥିଲେ। ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଆଇନଜୀବୀ ଦିଲୀପ ଦାସ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ।

 

Share

Leave a Reply