ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

0

ଅନୁଗୁଳ: ଅନୁଗୁଳ ସହରର ଅମଲାପଡ଼ାଠାରେ ହେବକୁଥିବା ମା’ ବାସନ୍ତୀ ଦୁର୍ଗାଙ୍କର ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଟାଉନ ହାଇସ୍କୁଲ ପଡିଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷ ପୂଜାର ଆୟ ଓ ବ୍ୟୟର ହିସାବ ଦିଆଗଲା। କୋଭିଡ ପାଇଁ ୩ ବର୍ଷ ହେଲା ମା’ ଙ୍କର ପୂଜା କୋଭିଡ ନିମୟ ଅନୁସାରେ ହୋଇଥିଲା। ମାତ୍ର ଚଳିତ ବର୍ଷ ଧୂମଧାମରେ ମା’ଙ୍କର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା। ପୂର୍ବ ବର୍ଷର କର୍ମକର୍ତ୍ତା ଚଳିତ ବର୍ଷର କର୍ମକର୍ତା ରହି କାର୍ଯ୍ୟକରିବାକୁ କମିଟି ନିଷ୍ପତି ନେଇଛି।
ଅମାଲପଡା ବାସନ୍ତୀ ଦୁର୍ଗା ପୂଜା ପଡିଆରେ ଆସନ୍ତା ମାର୍ଚ୍ଚ ୨୭ରୁ ମା’ଙ୍କ ପୂଜା ଆରମ୍ଭ ହୋଇ ୩୧ରେ ଶେଷ ହେବ। ଏପ୍ରିଲ ୧ରେ ମା’ଙ୍କ ବିସର୍ଜନ ହେବ ବୋଲି ସ୍ଥିରକରାଗଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରଦୀପ ଦେବତା, ସମ୍ପାଦକ ଅନୁପ ମହାନ୍ତି, ଉପସଭାପତି ଯତୀନ ସେଠୀ, ସହସମ୍ପାଦକ ସିପୁ ପଟ୍ଟନାୟକ, ମନୀଷ ପ୍ରଧାନ, କୋଷାଧ୍ୟକ୍ଷ ତାପସ ରାୟ, ରଶ୍ମିରଞ୍ଜନ ପ୍ରଧାନ, ସହଉପଦେଷ୍ଟା ବସଲା ସରପଞ୍ଚ ଚନ୍ଦନ ସାହୁ, ରିତେଶ ଦଲାବେହେରା, ଅନିଲ ପଟ୍ଟନାୟକଙ୍କସହ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!