ପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ

You are currently viewing ପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀଙ୍କ ହୃଦଘାତରେ ପରଲୋକ

ଅନୁଗୁଳ: ଅନୁଗୁଳ ନୂଆଁସାହି ଗ୍ରାମର ପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀ(୭୨)ଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି।

ସେ ସକାଳ ନିତ୍ୟକର୍ମ ସାରି ଘରେ ବସିଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୂର୍ବରୁ ହୃଦ ଜନିତ ସମସ୍ୟା ନେଇ ତାଙ୍କର ବାଇପାସ ସର୍ଜରୀ ହୋଇଥିଲା।

ସ୍ବର୍ଗତ ତ୍ରିପାଠୀ ପୂର୍ବରୁ ଭାରତୀୟ ସେନାରେ ଜଣେ ଦକ୍ଷ ସୁବେଦାର ଯବାନ ଭାବେ କାର୍ଯ୍ୟ ତୁଲାଇଥିଲେ। ସେ ଜଣେ ମେଳାପୀ ଓ ଭଦ୍ର ଅମାୟିକ ବ୍ୟକ୍ତିତ୍ୱ ଭାବେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି।

Share

Leave a Reply