ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢ଼ଉ, ୯ ମାମଲା ରୁଜୁ ୮ ଗିରଫ

You are currently viewing ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢ଼ଉ, ୯ ମାମଲା ରୁଜୁ ୮ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ୩ ଟି ସ୍ଥାନରେ ଚଢ଼ଉ କରାଯାଇ ୯ଟି ମାମଲା ରୁଜୁ କରିବା ସହ ୮ ଜଣକୁ ଗିରଫ କରାଯାଇଛି।

ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଡେପୁଟି ସୁପରିଟେଣ୍ଡେଣ୍ଟ ନୀଳାଦ୍ରି ନାୟକଙ୍କ ତତ୍ତ୍ୱାବଧାନରେ ଇନ୍ସପେକଟର ରମ୍ଭା ବାଗ ଓ ଉମାକାନ୍ତ ସାଇଁ ସମେତ ଏପିଆର ଫୋର୍ସ ନେଇ ବାଗିଡ଼ିଆ ଅଞ୍ଚଳରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲେ।

ସେହିପରି ଆଠମଲ୍ଲିକ ଆଇଆଇସି ପବିତ୍ର ମାଝି, ବଇଁଦା ଏଏସ୍ଆଇ ମାଧବେଶ ମାରାଣ୍ଡି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ୬ଟି ମାମଲା ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସମସ୍ତ ସ୍ଥାନରୁ ୧୩୫ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୧୧ ଶହ ଲିଟର ପୋଚକୁ ନଷ୍ଟ କରି ଦିଆଯାଇଛି। ଏଥିସହ ମଦ ପ୍ରସ୍ତୁତି ଜବତ ହୋଇଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ଜଣାଇଛନ୍ତି।

Share

Leave a Reply