ଅବକାରୀ ବିଭାଗକୁ ବଡ଼ ସଫଳତା: ୪୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

You are currently viewing ଅବକାରୀ ବିଭାଗକୁ ବଡ଼ ସଫଳତା: ୪୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ବ୍ଲକ ଅନ୍ତର୍ଗତ ଡଅଁରା ଗ୍ରାମର ୩ଟି ସ୍ଥାନରେ ଚଢ଼ଉ କରାଯାଇ ୪୦ ଲିଟର୍ ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।

ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ବିଭାଗର ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ୩ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସୁବାଶି ବାରିକ ନିକଟରୁ ୧୨ ଲିଟର୍‌, ନଗେନ ବେହେରା ୧୩ଲିଟର୍‌, ସୁନିତା ସାହୁ ୧୫ଲିଟର୍ ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Share

Leave a Reply