ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢ଼ଉ, ଗୋଟିଏ ପିସ୍ତଲ ସହ ୧୮ ମୋବାଇଲ ଜବତ; ଲୁଟେରା ଫେରାର

You are currently viewing ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢ଼ଉ, ଗୋଟିଏ ପିସ୍ତଲ ସହ ୧୮ ମୋବାଇଲ ଜବତ; ଲୁଟେରା ଫେରାର

ବଅଁରପାଳ: ଆଜି ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ରଖିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳରେ ଜଣଙ୍କ ଘରେ ଅତର୍କିତ ଚଢ଼ଉ କରାଯାଇଛି। ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ନାଲକୋ ଥାନା କନ୍ୟାବେଡ଼ା ଗାଁର ଅନୀଲ ସାହୁ (୨୫)ଙ୍କ ଘରେ ଚଢ଼ଉ କରାଯାଇଥିଲା। ଏ ବିଷୟରେ ଜାଣିପାରି ଅନୀଲ ଘର ଛାଡ଼ି କୁଆଡ଼େ ଚାଲିଯାଇଥିଲେ।
ଅବକାରୀ ବିଭାଗ ଚଢ଼ଉ କରିବା ବେଳେ ଘରୁ ଗୋଟିଏ ପିସ୍ତଲ, ୧୮ଟି ମୋବାଇଲ, ୧ ଲାପଟପ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି। ତେବେ ଘରୁ କିଛି ବ୍ରାଉନସୁଗାର ମିଳି ନଥିବା ସ୍ପେଶାଲ ସ୍କ୍ୱାର୍ଡ ଇନ୍ସପେକ୍ଟର କୌଶଲ୍ୟା ଜେନା ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଅନୀଲ ନାଁରେ ପୂର୍ବରୁ ଚୋରି, ଛିନତାଇ ଆଦି ନେଇ ଅଭିଯୋଗ ଥିଲା। ସେ ଜେଲ ବି ଯାଇ ଆସିଛି। ଏଣୁ ତା ଉପରେ ସନ୍ଦେହ ଘନୀଭୂତ ହୋଇଥିବା ପୋଲିସ କହିଛି।

Share

Leave a Reply