ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ: ଭାରତକୁ ହିନ୍ଦୁରାଷ୍ଟ୍ର କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କ ବାଣୀ ଉପରେ ଗୁରୁତ୍ୱ
ତାଳଚେର: ପୁରୀ ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହାଣ୍ଡିଧୂଆଁ ସାହେବ ବଙ୍ଗଳା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଂଗଠନ ସଚିବ ବରୁଣ କୁମାର ସାହୁଙ୍କ ସଂଯୋଜନା ଓ ସଭାପତି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋବର୍ଦ୍ଧନ ପୀଠର ସମ୍ପର୍କ ପ୍ରମୁଖ ସୌରୀ ରଞ୍ଜନ ପଣ୍ଡା ଯୋଗଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ପରିଣତ କରିବା ପାଇଁ ଯେଉଁ ଦିଗଦର୍ଶନ ଦେଇଛନ୍ତି ସେ ଦିଗରେ କାର୍ଯ୍ୟ ସମ୍ପାଦନ କରିବା ଉପରେ ସମସ୍ତେ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ।
କ୍ଷେତ୍ରୀୟ ସଂପାଦକ ବିଜୟ କୁମାର ତ୍ରିପାଠୀ ଯୋଗଦେଇ ଯୁବକଙ୍କୁ ଆଗକୁ ଆଣି ସେବା କାର୍ଯ୍ୟରେ ନିୟୋଜିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ନୂତନ କର୍ମକର୍ତ୍ତାଭାବେ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଉପାଧ୍ୟକ୍ଷ ଜଗଦୀଶ ମିଶ୍ର, ସଚିବ ବିକାଶ କୁମାର ସାହୁ, ସହ ସଚିବ ଅମିତ ପ୍ରଧାନ, କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ରଥ,ସଂଗଠନ ସଚିବ ଅମୂଲ୍ୟ ସାହୁ, ଦିପୁ ସାହୁ ଓ ଚର୍ଚିଲ ସାହୁ, ପ୍ରଚାର ସଚିବ ରମେଶ ସାହୁ, ସାଂସ୍କୃତିକ ସଚିବ ସୁନୀଲ ସାହୁ, ସେବା ସଚିବ ବବୁଲ ସାହୁ, କାର୍ଯ୍ୟାଳୟ ସଚିବ ସାନୁ ସାହୁ, ତ୍ୱରିତ ବାହିନୀରେ ସବ୍ୟସାଚୀ ବେହେରା, ଅଙ୍କିତ ବେହେରା, ବିକାଶ ବେହେରା, ଅସିତ ବେହେରା, ଆଶୁତୋଷ ବେହେରା, ଶ୍ରୀକାନ୍ତ ସାହୁ, ପ୍ରୀତମ ବେହେରା, ଧରଣୀଧର ସାହୁ, ରଜତ କୁମାର ସାହୁ, ଘନଶ୍ୟାମ ସାମଲ ଓ ପ୍ରତାପ ଦେବତା, ପୀଠ ପରିଷଦରେ ବିନୋଦ ଚନ୍ଦ୍ର ଶତପଥୀ, ବିଜୟ କୁମାର ସାହୁ, ବୀରକିଶୋର ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, ମଦନ ସୁନ୍ଦର ପ୍ରଧାନ ଏବଂ ଆନନ୍ଦ ବାହିନୀରେ ସରୋଜିନୀ ସାହୁ ଓ ସବିତା ସାହୁ ପ୍ରମୁଖଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାର ମୁଖ୍ୟ ବାସୁଦେବ ହୋତା, ପର୍ଶୁରାମ ବାରିକ, ସଭାପତି ବୃନ୍ଦାବନ ବେହେରା, ଶତାଧିକ ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ କର୍ମକର୍ତ୍ତା ଯୋଗ ଦେଇଥିଲେ।