ନାଲକୋ : ନାଲକୋ ନଗରସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିରରେ ଗେଟ୍ ବନ୍ଦ ଥିବା କାରଣରୁ ଛାତ୍ରଛାତ୍ରୀ ଗେଟ୍ ଡେଇଁ ଯିବା ଆସିବା କରୁଛନ୍ତି।
ସୂଚନା ମୁତାବକ, ନାଲକୋ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ କ୍ରୀଡା ଚାଲୁଥିବାରୁ ଗେଟ୍ ନମ୍ବର ୨କୁ ବନ୍ଦ କରିଦିଆଯାଇଥିଲା। ପୂର୍ବରୁ ସେହି ରାସ୍ତାରେ ଛାତ୍ରଛାତ୍ରୀ ଯିବା ଆସିବା କରୁଥିଲେ। କିନ୍ତୁ ବାର୍ଷିକ କ୍ରୀଡା ସମୟରେ ଗେଟ୍ କୁ ବନ୍ଦ କରିଥିବା ଛାତ୍ରଛାତ୍ରୀ ଜାଣି ନ ଥିବାରୁ ବାଧ୍ୟ ହୋଇ ଗେଟ୍ ଡେଇଁ ଯାଇଥିବା ଜଣାଯାଇଛି।