ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡିଶା (୯.୦) ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅନୁଷ୍ଠିତ ହୋଇଛି। ମହୋତ୍ସବ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହେବ। ବୈଠକରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟଗୁଡିକରୁ ମୋଟ ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ମହାସଭାର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉତ୍ସବ ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ପ୍ରତିଯୋଗିତା ସ୍ଥାନୀୟ ସଭାଘର ଠାରେ ଚଳିତ ମାସ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ମନୋନୀତ ହୋଇଥିବା କୃତୀ ପ୍ରତିଯୋଗୀ ଚଳିତ ମାସ ୧୫ ତାରିଖରେ ହେବାକୁ ଥିବା ମହୋତ୍ସବରେ ନିଜର କୃତିତ୍ବ ପ୍ରଦର୍ଶନ କରି ପୁରସ୍କୃତ ହେବେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ, ଆଠମଲ୍ଲିକ ଓ ତାଳଚେର ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ବୈଠକ ପରିଚାଳନା କରିଥିଲେ।