ପାକିସ୍ଥାନରୁ କଲ୍: ୭୦ହଜାର ଦେ’ ନ ହେଲେ ତୋ ଭଣଜା ଗିରଫ ହେବ

You are currently viewing ପାକିସ୍ଥାନରୁ କଲ୍: ୭୦ହଜାର ଦେ’ ନ ହେଲେ ତୋ ଭଣଜା ଗିରଫ ହେବ

ଅନୁଗୁଳ: ଏବେ ଦିନକୁ ଦିନ ସାଇବର ଫ୍ରଡ ଦିନକୁ ଦିନ ବଢି ଚାଲିଛି। ଅନୁଗୁଳ ଗିତାଗ୍ରାମ ନିବାସୀ ଅରୁଣ କୁମାର ବରାଳ ଏଭଳି ଏକ ଫ୍ରଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍ନ ୨ ଟା ୬ ମିନିଟରେ ଅରୁଣଙ୍କ ପାଖକୁ ପାକିସ୍ଥାନ +୯୨ ନମ୍ୱର ଥାଇ ଏକ କଲ୍ ଆସିଲା “ମୁଁ ସିବିଆଇ ଅଫିସରୁ କହୁଛି,ତମ ଭଣଜା ଡ୍ରଗସ କାରବାରରେ ଧରା ପଡିଛନ୍ତି।ପନ୍ଦର ମିନିଟ୍ ଭିତରେ ୭୦ ହଜାର ଟଙ୍କା ଦିଅ ନଚେତ୍ ତାକୁ ଗିରଫ କରିଦେବୁ”। ଅରୁଣ ନିଜ ଭଣଜା ପାଖକୁ ଫୋନ୍ ଲଗାଇବାରୁ ତାହା ବିଜୀ ଦେଖାଇଲା। ଅରୁଣଙ୍କ ଦେହରୁ ଝାଳ ବାହାରିବା। ଏଣେ ନିଜକୁ ସିବିଆଇ ଅଫିସର କହିଥିବା ଲୋକ ଜଣକ ତୁରନ୍ତ ପଇସା ପଠାଇବାକୁ ବାରମ୍ବାର କଲ୍ କରୁଥାଏ। କିଛି ସମୟ ପରେ ଭଣଜା ଯିଏ କି ହାଇଟେକ୍ ମେଡ଼ିକାଲ ଭୁବନେଶ୍ବରରେ ଜଣେ ଫାର୍ମାସିଷ୍ଟ ଭାବେ କାମ କରନ୍ତି ସେ କଲ୍ ଵ୍ୟାକ କରି ସେ ଠିକ୍‌ଠାକ୍‌ ଥିବା କହିଥିଲେ। ଏଥିରୁ କଲ୍ ଫ୍ରଡ ଥିବା ସ୍ପଷ୍ଟ ହୋଇଯାଇଥିଲା।

ଏ ଘଟଣାରେ ଅରୁଣ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Share

Leave a Reply