ଅନୁଗୁଳୁ: ଅନୁଗୁଳ ନାଲ୍କୋନଗର ଥାନା ପୁଲିସ୍ ବୁଧବାର ରାତିରେ ଅନୁଗୁଳ ସହର ମଦନମୋହନ ପଡ଼ାରୁ ଜଣେ ନକଲି ସମ୍ବାଦିକଙ୍କୁ ଗିରଫକରିଛି। ତାଙ୍କଠାରୁ ୩ଟି କ୍ୟାମେରା, ଗୋଟିଏ ବାଇକ୍ ପୁଲିସ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ କୁଲାଡ଼ ଗାଁର ପ୍ରତାପ ଦେହୁରୀ ଏକ ଫଟୋ ଷ୍ଟୁଡିଓକରି ଗୁଜୁରାଣ ମେଣ୍ଟାଉଥିଲେ। କରୋନା ଯୋଗୁଁ ବ୍ୟବସାୟ ବାଧାପ୍ରାପ୍ତ ହେବାରୁ ସେ ନିଜର ୩ଟି କ୍ୟାମେର ଭଡ଼ା ଦେଇଥିଲେ। ଅନୁଗୁଳ ମଦନମୋହନପଡ଼ାରେ ଶ୍ୱଶୁରଘରେ ରହୁଥିବା ଦେବାଶିଷ ଦାସ କ୍ୟାମେରା ଭଡ଼ ନେଇଥିଲେ। ମାତ୍ର ସେ ଭଡ଼ାଟଙ୍କା ନଦେବାରୁ କ୍ୟାମେରା ଫେରାଇବାକୁ ପ୍ରତାପ ତାଙ୍କୁ କହିଥିଲେ। କିନ୍ତୁ ଦେବାଶିଷ କ୍ୟାମେରା ଫେରାଇଲେ ନାହିଁ। ଏ ସଂପର୍କରେ ପ୍ରତାପ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଅଭିଯୁକ୍ତ ଦେବାଶିଷଙ୍କ ଘର ପୁର ଜିଲ୍ଲା ଚନ୍ଦନପୁର ଥାନା ଜନକଦେଇପୁରରେ। ସେ ପ୍ରାୟ ୧୦ ବର୍ଷ ହେଲା ସେ ଶ୍ଵଶୁର ଘରେ ରାହୁଥିଲେ। ଏକ ସିବିଜେଡ଼ ବାଇକ୍ (ଓଆର୧୯ଜେ-୫୪୭୭)ପଛରେ ପ୍ରେସ୍ ଲେଖି ଘୂରିବୁଲୁଥିଲେ। ସେ କଳିଙ୍ଗ ଭାରତ ନାମକ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି କହୁଥିଲେ ପୁଲିସ୍ ତାଙ୍କୁ ପରିଚୟପତ୍ର ମାଗିଥିଲା। କିନ୍ତୁ ଏବେ ଉକ୍ତ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି ବୋଲି ଦେବାଶିଷ କହିଥିଲେ। ଏ ଘଟଣାରେ ପୁଲିସ୍ ତାଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ୩ଟି କ୍ୟାମେରା ଓ ବାଇକ୍ ଜବତ କରାଯାଇଛି ବୋଲି ପୁଲିସ୍ ସୁତ୍ର ଜଣାପଡିଛି।
ନକଲି ସାମ୍ବାଦିକ ଗିରଫ
- Post published:September 3, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul