ଭାଲୁ ଆକ୍ରମଣରେ ଚାଷୀ ଆହତ

You are currently viewing ଭାଲୁ ଆକ୍ରମଣରେ ଚାଷୀ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଗାଁର ବସନ୍ତ ମାଝୀ ଶନିବାର ସକାଳେ ଘରପାଖ ବଗିଚାକୁ କାମକରିବା ପାଇଁ ଯାଇଥିଲେ। ସେଠାରେ ଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ବସନ୍ତ ପାଟି କରିବାରୁ ଗାଁ ଓ ପରିବାର ଲୋକ ସେଠାରେ ପହଞ୍ଚିବାରୁ ଭାଲୁଟି ପଳାଇଯାଇଥିଲା। ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମୁହଁ, ହାତ ଓ ଡାହାଣ ଜଙ୍ଘରେ ଗଭୀର କ୍ଷତ ହୋଇଛି। ଏବେ ବସନ୍ତ ସୁସ୍ଥ ଅଛନ୍ତି। ଖବରପାଇ ଛେଣ୍ଡିପଦା ବନ ବିଭାଗ କର୍ମଚାରୀ ଚିକିତ୍ସାଳୟରେ ପହଞ୍ଚିଛନ୍ତି।

Share

Leave a Reply