ଅଖା ପାଇଁ ଚାଷୀ ହନ୍ତସନ୍ତ

You are currently viewing ଅଖା ପାଇଁ ଚାଷୀ ହନ୍ତସନ୍ତ

ଅନୁଗୁଳ: ଚଳିତ ମାସ ୧୬ ତାରିଖଠାରୁ ଜିଲ୍ଲାରେ ଖରିଫ୍ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ କିଣା ପାଇଁ ୯୪ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଧାନ ବିକିବାକୁ ୩୫ ହଜାର ୮୭୭ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି।
ହେଲେ ବଜାରରେ ଅଖା ବସ୍ତାର ଘୋର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ମଣ୍ଡି ଖୋଲିଲା ହେଲେ ଅଖା ବସ୍ତା ନଥିବା ଯୋଗୁଁ ଧାନ ବିକି ପାରୁନାହାନ୍ତି ଚାଷୀ। ମିଲରମାନଙ୍କ ତାଗିଦ, ଅଖା ବସ୍ତା ନହେଲେ ମଣ୍ଡିରୁ ଧାନ ଉଠାଇବେ ନାହିଁ। ମିଲରଙ୍କ ଉଦ୍ଭଟ ଯୁକ୍ତି ପ୍ଲାଷ୍ଟିକ ବସ୍ତା ହେଲେ ଥାକ ମାରି ହେଉନି। ମିଲର ବସ୍ତା ଦେଉନାହାନ୍ତି କି ନେଇଥିବା ବସ୍ତା ଫେରାଉ ନାହାନ୍ତି। ତେଣୁ ମଣ୍ଡି ଖୋଲିବା ସହ ଜିଲ୍ଲାରେ ଅଖାଵସ୍ତା ଚାହିଦା ଢେର୍ ବୃଦ୍ଧି ପାଇଛି। ବଜାରରେ ଅଖା ବସ୍ତା ଗୋଟା ପ୍ରତି ଦର ୩୦ ଟଙ୍କାରେ ପହଞ୍ଚିଲାଣି। ସେପଟେ ଚାଷୀଙ୍କ ଗୁରୁତର ଅଭିଯୋଗ ଯେ, ମିଲର ଚାଷୀଠୁ ନେଉଥିବା ଧାନବସ୍ତା ଫେରାଇବା ପରିବର୍ତ୍ତେ ରାଜରାସ୍ତା ତିଆରି କରୁଥିବା କମ୍ପାନୀକୁ ଉଚ୍ଚା ଦରରେ ବିକି ମାଲାମାଲ ହେଉଛନ୍ତି। ସେପଟେ ମଣ୍ଡିରେ ଧାନ ବିକି ବେଶ୍ ଅଧିକ ଦୁଇ ପଇସା ପାଇବ ବୋଲି ଅଖାବସ୍ତା ପାଇଁ ବାରଦୁଆର ଘୂରିବୁଲୁଛି ଚାଷୀ।

Share

Leave a Reply