ଅନୁଗୁଳ: କିଶୋରନଗର ବ୍ଲକ୍ର ୨୩ଟି ପଞ୍ଚାୟତରେ ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେତଉ କରାଯିବ ବୋଲି କିଷାନ କ୍ଷେତ ମଜଦୁର ସଂଗଠନ ଚେତାବନୀ ଦେଇଛି। ଏ ନେଇ ରବିବାର ଜଏରାଟଠାରେ ସଂଗଠନର ଏକ ବୈଠକ ହୋଇଥିଲା । ଏଥିରେ ରମଣୀ ରଞ୍ଜନ ପ୍ରଧାନ, ପୀତାମ୍ବର ପ୍ରଧାନ, ରବୀନ୍ଦ୍ର ସାହୁ, ବାବାଜୀ ପ୍ରଧାନ, ତୀର୍ଥବାସୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଅନେକ ଚାଷୀ ଟୋକନ ପାଇଥିଲେ ବି ସେମାନଙ୍କ ଧାନ କିଣାହେଉନାହିଁ। ମଣ୍ଡିରେ ବସ୍ତା ବସ୍ତା ଧାନ ପଡି ରହିଛି। ଧାନ କିଣାନହେବାରୁ ଚାଷୀମାନେ ହିମିତିରା, ବାମୁର, ଅଙ୍ଗପଡ଼ା ସମବାୟ ସମିତିରେ ତାଲା ପକାଇଥିଲେ। ଏହା ସଙ୍ଗେ ଧାନ କିଣିବା ପାଇଁ ପଦକ୍ଷେପ ନିଆଗଲାନାହିଁ। ଏହାର ପ୍ରତିବାଦରେ ବ୍ଳକ୍ କାର୍ଯ୍ୟାଳୟ ଘେରଉ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିବା ଜଣାପଡିଛି।
କିଣାହେଉନି ଧାନ, ୨୪ରେ ବ୍ଲକ୍ କାର୍ଯ୍ୟାଳୟ ଘେରିବେ ଚାଷୀ
- Post published:February 22, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
