ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସାମ୍ବାଦିକଙ୍କ ଅଭିଯୋଗ: ମାଡ଼ ମାରିବା ସହ ମୋବାଇଲ, ଗାଡି ଛଡ଼ାଇ ନେବା ଅଭିଯୋଗ

You are currently viewing ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସାମ୍ବାଦିକଙ୍କ ଅଭିଯୋଗ: ମାଡ଼ ମାରିବା ସହ ମୋବାଇଲ, ଗାଡି ଛଡ଼ାଇ ନେବା ଅଭିଯୋଗ

ଅନୁଗୁଳ: ସାମ୍ବାଦିକଙ୍କୁ ମାଡ ମାରିବା ମାରିବା ସହ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା ଶଶିକାନ୍ତ ବେହେରା ନିଜ ସହକର୍ମୀଙ୍କ ସହିତ ରବିବାର ଦ୍ଵିତୀୟ ଚିଲିକା ଠାରେ ଭୋଜି ଭାତର ଅସାର ଜମାଇଥିବା ବେଳେ ପାଲଲହଡ଼ାର ଜନୈକ ଟିଭିର ସାମ୍ବାଦିକ ହରିଶ ଚନ୍ଦ୍ର ଦାଶ ନିଜ ସହଯୋଗୀଙ୍କ ସହିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଥିପାଇଁ ସେଠାରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ନିର୍ଦ୍ଦେଶରେ ତାଙ୍କ କର୍ମଚାରୀମାନେ ହରିଶଙ୍କ ପାଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କାହା ଅନୁମତିରେ ଭିଡିଓ କରୁଛୁ କହି ମୋବାଇଲ ଫୋନ ଏବଂ ତାଙ୍କ ଗାଡି ଛଡ଼ାଇ ନେଇଥିଲେ।

ଏହି ଘଟଣା ପରେ ହରିଶ ଚନ୍ଦ୍ର ଦାସ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାଲଲହଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ତଥା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଉପଖଣ୍ଡ ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ସଂଘ ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ତଥା ପାଲଲହଡ଼ାର ସମସ୍ତ ସାମ୍ବାଦିକ ଥାନା ଅଧିକାରୀ ପ୍ରଦୀପ ମହାନ୍ତଙ୍କ ସହିତ ସାକ୍ଷାତ କରି ଘଟଣାକୁ ଗୁରୁତର ସହିତ ନେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ। ଏନେଇ ଥାନା ଅଧିକାରୀ ଏକ ମାମଲା ୩/୨୬ ରେ ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ।

Share

Leave a Reply