ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

You are currently viewing ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

ନିଶା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜେଏସପିଏଲ ମ୍ୟାଟେରିଆଲ ଗେଟ୍ ନିକଟରେ ଥିବା ଏକ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି।

ସୂଚନା ଯେ, ଗତ ୧୫ ତାରିଖ ରାତି ପ୍ରାୟ ୯ଟା ସମୟରେ ନିଶା ଗାଁର ପପୁ ଗୋଚ୍ଛାୟତ (୨୧) ଓ ତାର ଅନ୍ୟ ଜଣେ ସାଙ୍ଗ ଗୁଡ଼ ଖାନାଖଜାନା ହୋଟେଲରେ ପହଞ୍ଚି କିଛି ଖାଇବା ପାର୍ସଲ ନେଇଥିଲେ । ହୋଟେଲ ମାଲିକ ଲିପୁ ସାହୁ ଉକ୍ତ ଖାଦ୍ୟର ଟଙ୍କା ମାଗିବାରୁ ସେମାନେ ଗାଳିଗୁଲଜ କରି ଚାଲିଯାଇଥିଲେ ।

ଏହାର କିଛି ସମୟ ପରେ ପପୁ ଭୁଜାଲି, ଲୁହାଛଡ଼ ଓ ଅନ୍ୟ ମାରଣାସ୍ତ୍ର ଧରି
ସାଥିରେ ୩ ଜଣଙ୍କୁ ନେଇ ଲିପୁଙ୍କୁ ଆକ୍ରମଣ କରି ପଳାଇ ଯାଇଥିଲା । ଗୁରୁତର ଲିପୁଙ୍କୁ ଅନୁଗୁଳଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ଲିପୁ ଗୁରୁବାର ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଆଜି ନିଶା ଗାଁର ସିପୁନ ନାଏକ (୨୪), ପପୁ ଗୋଚ୍ଛାୟତ (୨୧) ଓ ଦୁଖବନ୍ଧୁ ନାଏକ (୩୧) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Share

Leave a Reply