ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ହାଇ ସ୍କୁଲ ନିକଟରେ ସୋମବାର ସକାଳ ପ୍ରାୟ ୭ଟା ବେଳେ ଜେଏସ୍ପିଏଲ୍ କର୍ମଚାରୀ ରାକେଶ କୁମାର ଜେନା ରାତି ଡିଉଟି ସାରି ହେମସୁରାପଡା ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଲୁହା ଛଡ଼ରେ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲେ।ରାକେଶ ତଳେ ପଡି ଛଟପଟ ହେଉଥିବା ବେଳେ ଦୁର୍ବୁତ୍ତ ମାନେ ରାକେଶଙ୍କ ପର୍ସରୁ ୮ ହଜାର ଟଙ୍କା ଓ ବେକରୁ ସୁନା ଚେନ ନେଇ ପଳାଇ ଥିଲେ। ଗୁରୁତର ରାକେଶଙ୍କୁ ବାଟୋଇ ମାନେ ଉଦ୍ଧାର କରି ଅନୁଗୁଳ ଡାକ୍ତର ଖାନାରେ ଭର୍ତି କରାଇଛନ୍ତି। ଏଥିନେଇ ନିଶା ଥାନାରେ ଅଭିଯୋଗ ହେବାପରେ ତଦନ୍ତ ଚାଲୁ ରହିଛି।
ଜେଏସ୍ପିଏଲ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
- Post published:May 2, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
