ବାକି ନ ଦେବାରୁ ଦୋକାନୀକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗ୍ରାହକକୁ ବାନ୍ଧିଲା ପୋଲିସ

You are currently viewing ବାକି ନ ଦେବାରୁ ଦୋକାନୀକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗ୍ରାହକକୁ ବାନ୍ଧିଲା ପୋଲିସ

ଅନୁଗୁଳ: ଦୋକାନୀଠୁ ମାଗି ଆଣିଲେ, ଆଉ ପଇସା ମାଗିବାରୁ ଟଙ୍କା ଦେବେ କଣ ଓଲଟି ଦୋକାନୀକୁ ହିଁ ମାଡ଼ ମାରିଲେ ଗ୍ରାହକ। ଦୋକାନୀଙ୍କ ଅଭିଯୋଗ କ୍ରମେ ପୋଲିସ ପହଞ୍ଚି ଅଭିଯୁକ୍ତ ଗ୍ରାହକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଅନୁଗୁଳର ହୁଲୁରୁସିଂହାରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ସ୍ଥାନୀୟ ଅରିଜିତ୍ ପାଣିଙ୍କ ଦୋକାନରୁ ଟୁକୁ ନାଏକ ଜିନିଷ ନେଉଥିଲେ। କିନ୍ତୁ ସେ ପଇସା ନ ଦେଇ ବାକିରେ ଜିନିଷ ଦେବାକୁ ଦୋକାନୀଙ୍କୁ କହିଥିଲେ। ଦୋକାନୀ ଅଜିତ ଏଥିରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ପାଟି ତୁଣ୍ଡ ଆଉ ତା ପରେ ମାର ପିଟ୍ ହୋଇଥିଲା। ରାଗରେ ଟୁକୁ ଅରିଜିତଙ୍କୁ ମାଡ଼ ମାରିଥିଲେ। ଏମିଟିକି ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ।

ଏନେଇ ଅରିଜିତ୍ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଆଜି ଅପରାହ୍ନରେ ଟୁକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଟୁକୁର ଘର ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ବେଳେ ସେ ଦୀର୍ଘଦିନ ହେଲା ହୁଲୁରିସିଂହାରେ ରହି ଆସୁଛି। ଆଗରୁ ବି ଠକେଇ ନେଇ ତା’ ବିରୋଧରେ ଅଭିଯୋଗ ଥିଲା ବୋଲି ଜଣାପଡ଼ିଛି।

Share

Leave a Reply