ହୋଟେଲରେ ଖାଇବା ଦେବାକୁ ନେଇ ପାଟିତୁଣ୍ଡ: ଦୁଇ ଯାଆଁଳା ଭାଇଙ୍କୁ ମରଣାନ୍ତକ ଆକ୍ରମଣ

You are currently viewing ହୋଟେଲରେ ଖାଇବା ଦେବାକୁ ନେଇ ପାଟିତୁଣ୍ଡ: ଦୁଇ ଯାଆଁଳା ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ଆକ୍ରମଣ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଦ୍ବୟ ହେଲେ ଯାଆଁଳା ଭାଇ ବିଦ୍ୟାଂଶୁ ବାରିକ (୧୫) ଓ ବିବ୍ରଂଶୁ ବାରିକ (୧୫)।

ସୂଚନା ମୁତାବକ, ରବିନ୍ଦ୍ର କୁମାର ବାରିକଙ୍କ ଦୁଇ ଯାଆଁଳା ପୁଅ ବିଦ୍ୟାଂଶୁ ଓ ବିବ୍ରଂଶୁ ତୁରଙ୍ଗ ଗାଁ ନିକଟରେ ଅନ୍ନପୂର୍ଣ୍ଣା ହୋଟେଲ ଦେଇଛନ୍ତି। ରବିବାର ରାତି ୯ଟା ସମୟରେ ହଠାତ୍ ରଜତ ସାହୁ, ରାକେଶ ସେଠୀ, ହାପି ନାୟକ ହୋଟେଲକୁ ଆସି ପ୍ରଥମେ ରୁଟି ତଡକା ମାଗିଥିଲେ। ସେହି ସମୟର ଉଭୟ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ରଜତ ସାହୁ ଓ ତାଙ୍କର ସହଯୋଗୀ ମିଶି ଦୁଇ ଭାଇଙ୍କୁ ହକି ଷ୍ଟିକ ଓ ଖଣ୍ଡାରେ ଆକ୍ରମଣ କରି କ୍ୟାସରୁ ୧୨ ହଜାର ଟଙ୍କା ନେଇ ଚାଲିଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Share

Leave a Reply