ବିନା କାରଣରେ ବିଜୁଳି କାଟିଦେଲେ ପଡ଼ୋଶୀ, ପ୍ରତିବାଦ କରିବାକୁ ମାଡ଼ ମାରି କଲେ ଲହୁଲୁହାଣ: ୨ ଗୁରୁତର

You are currently viewing ବିନା କାରଣରେ ବିଜୁଳି କାଟିଦେଲେ ପଡ଼ୋଶୀ, ପ୍ରତିବାଦ କରିବାକୁ ମାଡ଼ ମାରି କଲେ ଲହୁଲୁହାଣ: ୨ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଓ ବୁଢ଼ାପଙ୍କ ସୀମାନ୍ତ ଅଞ୍ଚଳରେ ଥିବା ଇଲେକ୍ଟ୍ରି ଖୁଣ୍ଟରୁ ବିଜୁଳି କାଟି ପଡୋଶୀକୁ ଆକ୍ରମଣ। ଏହି ଆକ୍ରମଣରେ ଦୁଇ ଜଣ ଲହୁଲୁହାଣ ହୋଇଛନ୍ତି। ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଦୁଇ ଜଣ ହେଲେ ବାସନ୍ତୀ ଲୋହାର ଓ ଦେବରାଜ ସ୍ଵାଇଁ।

ଅଭିଯୋଗକାରୀଙ୍କ ସୂଚନା ମୁତାବକ, ଗତ ୨୮ ମେ ୨୦୨୪ ତାରିଖ ରାତି ୭ ଟାରେ ପଡ଼ୋଶୀ ଘରର ରାଜେଶ ସିଙ୍କୁ ଇଲେକ୍ଟ୍ରି ଖୁଣ୍ଟରୁ ବିଜୁଳି ନେଇପାରିବେ ନାହିଁ ବୋଲି ଝଗଡ଼ା କରିଥିଲା। ପରେ ଇଲେକ୍ଟ୍ରି ଖୁଣ୍ଟରେ ଚଢି ଘରକୁ ଆସିଥିବା ବିଜୁଳି ତାରକୁ କାଟି ଅନ୍ଧାର କରିଦେଇଥିଲା। କାହିଁକି ବିଜୁଳି ତାର କାଟି ଦେଲେ ବୋଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଅନ୍ଧକାରର ସୁଯୋଗ ନେଇ ରାଜେଶ ବାସନ୍ତୀର ମୁଣ୍ଡକୁ ଏକ ବାଡିରେ ପିଟି ଲହୁଲୁହାଣ କରିଥିଲା। ଏହା ଦେଖି ଦିଅର ଦେବରାଜ ଉଦ୍ଧାର କରିବା ସମୟରେ ରାଜେଶ ଓ ସ୍ତ୍ରୀ ହାର ସିଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଉଭୟେ ଜୀବନ ବଞ୍ଚାଇବା ପାଇଁ ଘର ଛାଡି ପଳାଇ ଯାଇଥିଲେ।

ପରେ ସେମାନେ ବଅଁରପାଳ ମେଡିକାଲରେ ଚିକିତ୍ସା କରାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।

Share

Leave a Reply