ହତ୍ୟା ଅଭିଯୋଗରେ ବାପ ଓ ୨ପୁଅ କୋର୍ଟ ଚାଲାଣ

You are currently viewing ହତ୍ୟା ଅଭିଯୋଗରେ ବାପ ଓ ୨ପୁଅ କୋର୍ଟ ଚାଲାଣ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗାଁରେ ସିଗାରେଟ ଟଙ୍କା ନଦେବାରୁ ସୋମବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରିବା ଘଟଣାରେ ଦୋକାନୀ, ତାଙ୍କ ବାପା ଓ ଭାଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ଯେ, ଲିଟୁ ସାହୁ(୩୪) ନାମକ ଜଣେ ଯୁବକ ଗାଁର ଦୁଷ୍ମନ୍ତ ସାହୁ(୨୨)ଙ୍କ ଦୋକାନକୁ ସକାଳ ପ୍ରାୟ ୧୨ଟା ୩୦ରେ ଯାଇ ସିଗାରେଟ ମାଗିଥିଲେ। ସିଗାରେଟ ଟଙ୍କା ନଦେଇ ଲିଟୁ ସେଠାରୁ ଯିବା ସମୟରେ ଦୁଷ୍ମନ୍ତ ତାଙ୍କୁ ଟଙ୍କା ମାଗିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଲିଟୁ ଦୁଷ୍ମନ୍ତଙ୍କୁ ମାରପିଟ୍ କରିଥିଲେ। ଦୁଷ୍ମନ୍ତ ଭିନ୍ନକ୍ଷମ ହୋଇଥିବାରୁ ଲିଟୁଙ୍କୁ ପ୍ରତିରୋଧ କରିପାରିନଥିଲେ। ଅସହାୟ ହୋଇ ଘରକୁ ଆସି ବାପା ବିଜୟ ସାହୁଙ୍କୁ ସବୁ କଥା କହିଥିଲେ। ଏହାପରେ ବାପା ବିଜୟ, ଭାଇ ପିଣ୍ଟୁ ଓ ଦୁଷ୍ମନ୍ତ ଲିଟୁଙ୍କ ଘରକୁ ଯାଇଥିଲେ। ସେଠାରେ ଏହି କଥାକୁ ନେଇ ପାଟିଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁଷ୍ମନ୍ତଙ୍କ ଭାଇ ପିଣ୍ଟୁ ଏକ ଧାରୁଆ ଅସ୍ତ୍ରରେ ଲିଟୁଙ୍କ ବେକକୁ ଭୁଷି ଦେଇଥିଲେ। ଗରୁତର ଆହତ ଅବସ୍ଥାରେ ଲିଟୁଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦ କରାଇଥିଲା। ବିଜୟ, ଦୁଷ୍ମନ୍ତ ଓ ପିଣ୍ଟଙ୍କୁ ସୋମବାର ଥାନାରେ ଅଟକ ରଖି ପଚରା ଉଚୁରା କରାଯାଇଥିଲା। ସେମାନେ ହତ୍ୟା କରିଥିବା ସ୍ବିକାର କରିବା ପରେ ପୁଲିସ ଗିରଫକରି ଆଜି କୋର୍ଟ ଚାଲାଣ କରିଛି।

Share

Leave a Reply