ଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

You are currently viewing ଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ଭୋରରେ ଜ୍ୱାଇଁର ଗୁଳି ମାଡ଼ରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ବାରହା ଶିକାର କରିବା ପାଇଁ ଜ୍ୱାଇଁ ଗୁଳି ମାରୁଥିବା ବେଳେ ଶ୍ୱଶୁରଙ୍କ ଦେହରେ ବାଜିଥିବା ଜଣାଯାଇଛି।

ସୂଚନା ମୁତାବକ, ସମ୍ପର୍କୀୟ ଜ୍ଵାଇଁ ଚିନ୍ତାମଣିପୁର ଗ୍ରାମର ସୁବଳ ନାୟକ ଗୁଳି ମାରୁଥିବା ବେଳେ ବାରହା ବଦଳରେ ଶ୍ୱଶୁର ଜନକପୁର ଗ୍ରାମର ଧ୍ରୁବଚରଣ ନାୟକଙ୍କ ଗୋଡ଼ରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠମଲ୍ଲିକ ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପୋଲିସ କହିଛି ଯେ ଧ୍ରୁବ ଓ ସୁବଳ ମିଶି ତଲେଇପଥର ଜଙ୍ଗଲକୁ ଶନିବାର ରାତିରେ ବାରହା ଶିକାର କରିବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏନେଇ କେହି ଅଭିଯୋଗ କରି ନ ଥିବା ବେଳେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ସୁବଳଙ୍କୁ ଅଟକ ରଖି ତଦନ୍ତ କରୁଛି।

Share

Leave a Reply