ବାଇକ ଉପରେ ଚଢ଼ିଗଲା ଟ୍ରକ, ବାପା-ଝିଅ ମୃତ

You are currently viewing ବାଇକ ଉପରେ ଚଢ଼ିଗଲା ଟ୍ରକ, ବାପା-ଝିଅ ମୃତ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟ ଜାତୀୟ ରାଜପଥ ୧୪୯ ରେ ବାଇକ ଉପରେ ଟ୍ରକ୍‌ ଚଢ଼ି ଯିବାରୁ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଖମାର ଗାଁର ସୁନୀଲ କୁମାର ସାହୁ ଏବଂ ତାଙ୍କ ଝିଅ ସଙ୍ଗୀତା ସାହୁ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁସାରେ, ସୋମବାର ସକାଳେ ସୁନୀଲ ଝିଅ ସଙ୍ଗୀତାକୁ ନେଇ ମୋଟରସାଇକେଲ ( ଓଡି ୦୬ ଡି ୮୭୦୨) ଯୋଗେ ଘରୁ କଣିହାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ତାଳଚେର ପଟୁ ଆସୁଥିବା ଟ୍ରକ୍‌ (ସିଜି ୦୬ ଜିକ୍ୟୁ ୭୭୪୪) ତାଙ୍କ ବାଇକକୁ ଧକ୍କା ଦେବା ପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାପା-ଝିଅଙ୍କ ମୃତ୍ୟୁ ହୋଇଥିଲା। ମୃତ ସୁନୀଲ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଝିଅ ସଙ୍ଗୀତା ସମନ୍ବିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ଲୋକଙ୍କୁ ବୁଝାସୁଝା କରିଥିବା ଜଣାଯାଇଛି।

Share

Leave a Reply