ବଇଣ୍ଡା: କିଶୋରନଗର ବ୍ଲକ ଅଙ୍ଗପଡା ହାଇସ୍କୁଲ ପରିସରରେ ପଞ୍ଚାୟତ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୈଲୋକ୍ୟ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ ଯୋଗ ଦେଇ ୪ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହ ମାନ ପତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ମାଟ୍ରିକ ପରେ ଭବିଷ୍ୟତ ଗଠନ ପାଇଁ ଉଚ୍ଚ ଶିକ୍ଷାର ଆବଶ୍ୟକତା ରହିଛି। କିଭଳି ଆଗାମୀ ଦିନରେ ଭଲ ଶିକ୍ଷା ଗ୍ରହଣ କରି ନିଜର ଓ ନିଜ ଗାଁର ପରିଚୟ ସୃଷ୍ଟି କରିବ ସେଥିପ୍ରତି ଅଧିକ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ରେଞ୍ଜର ରାହାସ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର ପ୍ରଧାନ, ଶିକ୍ଷକ ନିରଞ୍ଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଅରବିନ୍ଦ ରାଉତରାଏ ପ୍ରମୁଖ ଉପସ୍ଥିତ ଥିଲେ।
ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଭଲ ମଣିଷ ହେବାକୁ ପରାମର୍ଶ
- Post published:May 22, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


