ଅନୁଗୁଳ:ଅନୁଗୁଳ ଡିଆରଡିଏ ସଭା କକ୍ଷରେ ମଙ୍ଗଳବାର ଅପରାହ୍ନ ଏକ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି।ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ ପୂର୍ଣ୍ଣ ଚନ୍ଦ୍ର ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ସୂଚନା ଅଧିକାରୀ ଦୁଃଖବନ୍ଧୁ ମାଝି ଓ ଅନ୍ୟ ବହୁ ଗଣ ମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ପିଲାମାନଙ୍କୁ ଉଦବୋଧନ ଦେଇ ଅଧ୍ୟବସାୟ ବା ପରିଶ୍ରମର ବିକଳ୍ପ ନାହିଁ ବୋଲି କହିଥିଲେ।ସମାରୋହରେ ଅନୁଗୁଳ ବ୍ଲକ୍ ଓ ମୁନିଶିପାଲିଟି ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୮୬ ଜଣ ଏ ୱାନ ଗ୍ରେଡ ପାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ
- Post published:July 12, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik