ସୁଟିଂ କୋଚଙ୍କୁ ସମ୍ବର୍ଦ୍ଧନା

You are currently viewing ସୁଟିଂ କୋଚଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଜାତୀୟ ସ୍ତରୀୟ ସୁଟିଂ କୋଚ ଜି.ବି. ମଲ୍ଲିକଙ୍କୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି। ତାଳଚେର ରାଇଫଲ କ୍ଲବ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଶ୍ଚିମବଙ୍ଗ ରାଇଫଲ ଆସୋସିଏସନର ସଭାପତି ଜିବି ମଲ୍ଲିକଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରଥିଲେ। ଜାତୀୟ ସୁଟିଂ କୋଚ୍ ଶ୍ରୀ ମଲ୍ଲିକ ଭାରତୀୟ ଅଲିମ୍ପିକ ସୁଟିଂ ଟିମର କୋଚ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ଏବେ ଭାରତ ସରକାରଙ୍କର କ୍ରୀଡା ବିଭାଗ ପକ୍ଷରୁ ସୁଟିଂ ଜୁରୀ ଭାବେ ସ୍ୱୀକୃତି ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ରାଇଫଲ କ୍ଲବ୍ ସଂପାଦକ ଶରତ ଦେବ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ସଞ୍ଜିବ ପଟ୍ଟନାୟକଙ୍କ ସମେତ କ୍ଳବର ସଦସ୍ୟ, କର୍ମକର୍ତ୍ତା ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Share

Leave a Reply