ସାମାଜିକ ଗଣ ମାଧ୍ୟମରେ ଅଧିକାରୀଙ୍କ ଝଗଡ଼ା

You are currently viewing ସାମାଜିକ ଗଣ ମାଧ୍ୟମରେ ଅଧିକାରୀଙ୍କ ଝଗଡ଼ା

ଅନୁଗୁଳ: ସାମାଜିକ ଗଣମାଧ୍ୟମ(ହ୍ବାଟ୍ସଆପ୍) ରେ ବୁଧବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାର ପୂର୍ବତ୍ତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ବର୍ତ୍ତମାନର କାର୍ଯ୍ୟବାହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଝଗଡ଼ା ଗଣମାଧ୍ୟମ ପ୍ରତିନିଧିକଙ୍କ ମଧ୍ୟରେ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ସୂଚନା ମୁତାବକ, ପୂର୍ବତ୍ତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ହ୍ବାଟ୍ସଆପ୍‌ରେ ଏକ ଗୃପ୍ ତିଆରିକରି କିଛି ଗଣମାଧ୍ୟମ ପ୍ରତିନିଧି ଓ ବର୍ତ୍ତମାନର କାର୍ଯ୍ୟବାହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାଶ ବେହେରାଙ୍କୁ ଯୋଡ଼ିଥିଲେ। ହଠାତ୍ ଗୃପ୍‌ରେ ଶ୍ରୀ ସେଠୀ, ଶ୍ରୀ ବେହେରାଙ୍କ କେଳେଙ୍କାରୀ ସର୍ମ୍ପରେ ଲେଖିଲେ ଏହାପରେ ଶ୍ରୀ ବେହେରା ମଧ୍ୟ ଶ୍ରୀ ସେଠୀଙ୍କୁ ଆକ୍ଷେପକରି କିଛି ଲେଖିଲେ। ଯାହାକି ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ସମୟ ପାଇଁ ଚକିତ କରିଥିଲା। ଏ ନେଇ ଶ୍ରୀ ସେଠୀଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶ କରିଥିଲେ ଯେ, ଏବେ ସେ ଅବସର ନେଇଛନ୍ତି। ଜଣେ ସାଧାରଣ ବରିଷ୍ଠ ନାଗରିକ ଭାବେ ଅନୁଗୁଳ ଜିଲ୍ଲାରେ ଜଣେ ସ୍ଥାୟି ସୂଚନା ଓ ଲୋକସମ୍ପର୍କ ଅଧିକାର ନିଯୁକ୍ତି କରିବାକୁ ଲୋକସମ୍ପର୍କ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ଏଥିରେ ପ୍ରତିକ୍ରୀୟା ପ୍ରକାଶକରି ସାମାଜିକ ଗଣମାଧ୍ୟମରେ ଶ୍ରୀ ବେହେରା ତାଙ୍କୁଆକ୍ଷେପ କରିଥିଲେ। ତେଣୁ ଶ୍ରୀ ସେଠୀ ଏହି ଗୃପ୍‌କରି ସମସ୍ତଙ୍କୁ ଜଣାଇଛନ୍ତି। ଏ ନେଇ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ, ପ୍ରକାଶ କରିଥିଲେ ଯେ, ଅତିତରେ ତାଳଚେର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କିଛି ଘଟଣାକୁ ଦେଇ ସେ ନିର୍ଦ୍ଦେଶକଙ୍କ ସାମ୍ନାରେ ଶ୍ରୀ ସେଠୀଙ୍କୁ ଠିଆକରାଇଥିଲେ। ତେଣୁ ସେଥିରେ ପ୍ରତିଶୋଧ ପରାୟଣ ହୋଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି।

Share

Leave a Reply