ଅନୁଗୁଳ: ଦୁଇ ଅସହାୟ ଯୁବକଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଅର୍ଥାଭାବରୁ ପରିବାର ଲୋକେ ଉନ୍ନତମାନର ଚିକିତ୍ସା କରାଇପାରୁନଥିବାରୁ ଯୁବକ ଦ୍ବୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅସହାୟ ଯୁବକ ଦ୍ୱୟ ହେଲେ ତାଳଚେର ପୌରାଞ୍ଚଳର ଦୁଇ ନମ୍ବର ୱାର୍ଡର ବିକ୍ରମ ଜେନା ଓ ଧରମପୁର ଗ୍ରାମର କୀର୍ତ୍ତନ ମହାପାତ୍ର । ବିକ୍ରମ ଗଛରୁ ଖସିପଡ଼ି ମେରୁଦଣ୍ଡ ଓ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ଆଡ଼କୁ ଗତି କରୁଛି। ପାଖରେ ଅର୍ଥ ନଥିବାରୁ ପରିବାର ଲୋକେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ଅନ୍ୟତ୍ର ନେଇପାରୁନାହାଁନ୍ତି। ସେହିପରି ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର କୀର୍ତ୍ତନ ରକ୍ତଶିକୁଳି (ସିକିଲ୍ସେଲ) ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇପଡ଼ିଛନ୍ତି। ଏହି ଦୁଇ ଜଣ ଯୁବକଙ୍କ ଅବସ୍ଥା ଉଦ୍ବେଗଜନକ ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସାହାଯ୍ୟ ଲୋଡ଼ଛନ୍ତି। ସହୃଦୟ ବ୍ୟକ୍ତି ତଥା ଅନୁଷ୍ଠାନ ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକେ ନିବେଦନ କରିଛନ୍ତି।
ଦୁଇ ଅସହାୟ ଯୁବକଙ୍କ ଚିକିତ୍ସାରେ ଅର୍ଥ ବାଧକ
- Post published:June 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
