ଅନୁଗୁଳ: ଅନୁଗୁଳ ସହରରେ ଆଜି ୩ ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ଉପଜିଲ୍ଲାପାଳଙ୍କ ବୈତୁର ଦୀପଙ୍କ ନେତୃତ୍ୱରେ ଏକ ସବ ଡିଭିଜନାଲ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଅନୁଗୁଳ ସହରର ମୀରାନିଆ ପେଟ୍ରୋଲ ପମ୍ପ, କଳ୍ପତରୁ ମିଠା ଦୋକାନ, ଭିଲେଜ ୧୯ ରେଷ୍ଟୁରାଣ୍ଟରେ ଚଢାଉ କରାଯାଇଥିଲା। ଚଢ଼ଉ ବେଳେ କଳ୍ପତରୁ ମିଠା ଦୋକାନ ଏବଂ ଭିଲେଜ ୧୯ ରେଷ୍ଟୁରାଣ୍ଟକୁ ୨୦ ହଜାର ଟଙ୍କାର ଫାଇନ କରାଯାଇଛି। ଏହି ଚଢ଼ଉରେ ତହସିଲଦାର୍ ଶାଶ୍ୱତ ରଞ୍ଜନ ଦାସ, ଡେପୁଟି କଲେକ୍ଟର ସତ୍ୟାନନ୍ଦ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ, ଫୁଡ୍ ସେଫଟି ଅଫିସର ହରପ୍ରିୟା ବେହେରା, ସପ୍ଲାଏ ଇନ୍ସପେକ୍ଟର, ଲିଗାଲ ମେଟ୍ରୋଲୋଜି ଅଫିସର, ଅନୁଗୁଳ ଟାଉନ୍ ଥାନା ଏବଂ ପୌରପାଳିକାର କର୍ମଚାରୀମାନେ ସାମିଲ ହୋଇଥିଲେ।
ଅନୁଗୁଳର ୩ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ, ୨୦ ହଜାର ଟଙ୍କା ଫାଇନ ଆଦାୟ
- Post published:April 19, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul