ନର୍ସିଂ ହୋମ ବିରୁଦ୍ଧରେ ଚିକିତ୍ସା ଅବହେଳା ନେଇ ଥାନାରେ ଅଭିଯୋଗ

You are currently viewing ନର୍ସିଂ ହୋମ ବିରୁଦ୍ଧରେ ଚିକିତ୍ସା ଅବହେଳା ନେଇ ଥାନାରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ନର୍ସିଂ ହୋମରେ ଚିକିତ୍ସା ଅବହେଳା ନେଇ ଥାନାରେ ଅଭିଯୋଗ ହେଇଛି। ବଅଁରପାଳ ଥାନା ବିଶ୍ଵନାଥପୁରରେ ରହୁଥିବା ଜିତେନ୍ ନାୟକ ଗତ ୧୯ ତାରିଖରେ ଉକ୍ତ ନର୍ସିଂ ହୋମରେ ତାଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ ଭର୍ତ୍ତି କରାଇଥିଲେ।ମଧୁସ୍ମିତା ଗର୍ଭବତୀ ଥିଲେ ଏବଂ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା।ଡାକ୍ତର ରୋଗୀ ଦେଖି ପ୍ରସବ ନଭେମ୍ବରରେ ଅଛି ବୋଲି କହିବା ସହ ଯନ୍ତ୍ରଣା ଉପଶମ ପାଇଁ ଆଡ଼ମିଶନ ନେବାକୁ କହିଥିଲେ। ୨୧ ତାରିଖ ଦିନ ଯନ୍ତ୍ରଣା ଅଧିକ ହେବାରୁ ଡ଼ାକ୍ତରଙ୍କୁ ଡାକିବା ପାଇଁ ନର୍ସକୁ କହିଥିଲେ।

ଏହାପରେ ରକ୍ତ କମ ଅଛି ବୋଲି କହିବାରୁ ରୋଗୀକୁ ଏକ ୟୁନିଟ ରକ୍ତ ଦିଆ ଯାଇଥିଲା। ତେବେ ନର୍ସିଂ ହୋମ କର୍ତ୍ତୃପକ୍ଷ ୨୨ ତାରିଖରେ ଅପରେସନ କରିବାକୁ ସମୟ ଗଡ଼ାଇ ଦେଇଥିଲେ। ଅପରେସନ ପରେ କର୍ମଚାରୀ ଆଉ କେହି ଧରା ଛୁଆଁ ଦେଇ ନଥିଲେ। ଶେଷରେ କହିଲେ ତମର ଦୁଇ ଜାଆଁଳା ଛୁଆ ମରି ଯାଇଛନ୍ତି। ରକ୍ତ ଅଭାବରୁ ଏଭଳି ହେଲା ବୋଲି ସେମାନେ କହିଥିଲେ। ଏହା ଉପରେ ଯତୀନ ଦୁଃଖରେ ଭାଙ୍ଗି ପଡ଼ିବା ସହ ଚିକିତ୍ସାରେ ଅବହେଳା କାରଣରୁ ଦୁଇ ଛୁଆଁଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। ସଦର ଥାନା ଖବର ପାଇ ମୃତ ଦୁଇ ଶିଶୁଙ୍କ ବଡି ଜବତ କରି ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଏମ ରିପୋର୍ଟ ଆସିବା ପରେ ଅସଲ କାରଣ ଜଣା ପଡ଼ିବ ବୋଲି କୁହା ଯାଉଛି।

Share

Leave a Reply