ପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

You are currently viewing ପାଣି ପାଇଁ ପିଟାପିଟି ! ଯୁବତୀଙ୍କୁ ମାଡ଼ ମାରିଥିବା ନେଇ ୩ ଜଣଙ୍କ ନାଁରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନୁନୁକାପଶି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର କିଛି ଲୋକ ପାଣି ପାଇଁ ମାଡ଼ ମାରିବା ସହ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ଯୁବତୀ ହେଲେ ବର୍ଷା ନାୟକ।

ରବିବାର ଦିନ ସନ୍ଧ୍ୟାରେ ବର୍ଷା ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି ଯେ ସେହି ଅଞ୍ଚଳର ରିତୁ ନାୟକ, ଲୀନା ନାୟକ, ସିନା ନାୟକ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି।

ଅନ୍ୟପଟେ ପୋଲିସ କହିଛି ଯେ ବର୍ଷା ତାଙ୍କ ଘର ନିକଟରେ ଥିବା ନଳକୂଅରୁ ପାଣି ଆଣୁଥିବା ବେଳେ ଉକ୍ତ ୩ ଜଣ ଯାଇ ପାଣି ନେଇଥିଲେ। ଏହି କଥାକୁ କେନ୍ଦ୍ର କରି ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି।

Share

Leave a Reply