ସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

You are currently viewing ସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

ଅନୁଗୁଳ: ଜଣେ ୧୭ ବର୍ଷୀୟା ନାବାଳିକାର ଫଟୋରେ ଅଶ୍ଳୀଳ ଶରୀର ଯୋଡି ଇନ୍‌ଷ୍ଟାଗ୍ରାମରେ ଫଟୋ ଛଡାଯାଇଥିବା ନେଇ ରବିବାର ଅନୁଗୁଳ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ପୁଲିସସୂତ୍ରରୁ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ନୂଆପଡା ଅଞ୍ଚଳର ଜଣେ ନାବାଳିକାର ମୁହଁ ସହ ଏକ ଅଶ୍ଳୀଳ ପୋଷାକ ପିନ୍ଧିଥିବା ମହିଳା ଶରୀରର ଫଟୋକୁ ଯୋଡି କେହି ଜଣେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଛାଡି ଦେଇଛି। ନାବାଳିକା ଜଣକ ଏହା ଜାଣିବା ପରେ ରବିବାର ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଅନୁଗୁଳ ଟାଉନ ଥାନା ପୁଲିସ ସାଇବର ଅପରାଧ ଧାରାରେ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି।

Share

Leave a Reply