ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ଖମାର ଗାଁରେ ରହୁଥିବା ଢ଼େଙ୍କାନା ସଦର ଥାନା ଅନ୍ତର୍ଗତ କାଉଁରିଆପାଳ ଗାଁର ତପନ ସ୍ବାଇଁ ମଙ୍ଗଳବାର ଅପରାହ୍ନରେ ଗାଁର ଜ୍ୟୋତ୍ସ୍ନା ନାୟକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏଥିରେ ଜ୍ୟୋତ୍ସ୍ନାଙ୍କ ସ୍ବାମୀ ତ୍ରୀନାଥ ପ୍ରତିବାଦ କରିବାରୁ ତପନ ତାଙ୍କୁ ଗାଳିଗୁଲଜ କରିବାସହ ମାଡ଼ ମାରିଥିଲେ। ଏହାପରେ ସେଠାରେ ଜ୍ୟେତ୍ସ୍ନାଙ୍କ ଦିଅର ବାଦଲ ପହଞ୍ଚି ତପନଙ୍କୁ ବିରୋଦ୍ଧ କରିଥିଲେ। ଫଳରେ ତପନ ଉତ୍କ୍ଷିପ୍ତ ହୋଇ ଏକ ଶାବଳରେ ବାଦଲଙ୍କୁ ଆକ୍ରମଣ କରିଥିଲେ। ଫଳରେ ବାଦଲଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଛି। ଏ ନେଇ ଜ୍ୟୋତ୍ସ୍ନା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ବୁଧବାର ଅଭିଯୁକ୍ତ ତପନଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।
ଯୁବକଙ୍କୁ ମରଣାନ୍ତକ ଆକ୍ରମଣକରି ଜଣେ ଗିରଫ
- Post published:September 30, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul