ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର କଳାକାରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବୁଧବାର ପୂର୍ବାହ୍ନରେ ସ୍ନାନୀୟ ପୌରପାଳିକା ଟାଉନ୍‌ ହଲଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଲୋକକଳା ସଂଘ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନୁଗୁଳ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଆଠଟି ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ମାନଙ୍କରୁ ମୋଟ ୧୧ଟି ଲୋକକଳା ଦଳ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସରିତା ପ୍ରଧାନ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅପରାହ୍ନରେ ଅତିରିକ୍ତ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ଦଳମାନଙ୍କୁ ଟ୍ରଫି ପ୍ରଦାନ କରିବା ସହ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କିଶୋରନଗର ବ୍ଲକର ଜଗତମୋହନ ମିଶ୍ର ଓ ସାଥୀ ପାଲା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କଣିହାଁ ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମର ଗ୍ରାମ ଦେବତୀ ଘଣ୍ଟବାଦ୍ୟ ଦ୍ବିତୀୟ ସ୍ଥାନ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ବାବା ଧବଳେଶ୍ଵର ଦଣ୍ଡନୃତ୍ୟ ତୃତୀୟ ସ୍ଥାନ ହାସଲ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିବା ଜଗତ ମୋହନ ମିଶ୍ର ଓ ସାଥୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।

Leave A Reply

Your email address will not be published.

error: Content is protected !!