ଅନୁଗୁଳ: ସବୁ ବର୍ଷ ପରି ମା: ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ପୂଜା ଅରାହାଟ ଗ୍ରାମରେ ଅନୁଷ୍ଠିତ ହୋଇଛି। ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଏହି ଉତ୍ସବ ଅତି ଧୁମଧାମରେ ପାଳନ କରାଯାଇଛି। ଗ୍ରାମର ସମସ୍ତ ପରିବାର ଏବଂ ସବୁ ବର୍ଗର ଲୋକ ଏହି ପର୍ବରେ ସାମିଲ ହୋଇ ଅତି ଆନନ୍ଦରେ ସମାପନ ହୋଇଥିଲା। ପ୍ରଥମେ ଗ୍ରାମର ଆଲମ ଘର ନିକଟରେ ମା’ଙ୍କ ଆବାହନ ପୂଜା ସରିବା ପରେ ଘଣ୍ଟ-ଘଣ୍ଟା,ବାଜା ,ବାଣ ଏବଂ ସଂକିର୍ତ୍ତନ ରୋଷଣୀରେ ଗ୍ରାମରୁ ମା’ ବ୍ରାହ୍ମଣୀ ଦେବୀଙ୍କୁ ଏକ ବିଶାଳ ପଟୁଆର କରି ମୂଖ୍ୟ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ମା’ଙ୍କ ସ୍ନାନ,ବେଶ,ମାର୍ଜନା ସରିବା ପରେ ଯଜ୍ଞ,ଧୂପ ଆଳତି ଓ ନକ୍ଷୀ ଭୋଗ ଲାଗି ହୋଇଥିଲା ଗ୍ରାମର ସମସ୍ତ ଗ୍ରାମବାସୀ ଏବଂ ଯୁବକମାନେ ମା’ଙ୍କ ପୂଜା ସଫଳତାର ସହ ଆୟୋଜନ କରିଥିଲେ। ଏହି ପୂଜାରେ ନବ ଗଠିତ ଗ୍ରମ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୋମ୍ୟରଂଜନ ଗୁରୁ,ସଂପାଦକ ସିପୁନ ଗଡ଼ନାୟକ,କୋଷାଧ୍ୟକ୍ଷ ସୁଜିତ ଭୁକ୍ତା ଏବଂ ଅନ୍ୟ କର୍ମକର୍ତ୍ତାମାନେ ମା’ଙ୍କ ପୂଜା ଆୟୋଜନ ଏବଂ ସୁପରିଚାଳନା କରିଥିଲେ ।
ମା’ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ
- Post published:September 7, 2023
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul